ଭୂମିକମ୍ପ ଝଟକାରେ ଥରିଲା ଜମ୍ମୁ କାଶ୍ମୀର । ଆଜି(ଶନିବାର) ସକାଳେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି।
ଭୂମିକମ୍ପର ଝଟକା ଅନୁଭୂତ ହୋଇ ଥିବା ନେଇ ବିପର୍ଯ୍ୟୟ ନିର୍ଦ୍ଦେଶକ ଅମିର ଅଲ୍ଲି ସୂଚନା ଦେଇଛନ୍ତି । ସକାଳ ୨ଘଣ୍ଟା ୫୩ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ତେବେ, ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।