ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ, ଦୁଇ ଆତଙ୍କୀ ସଫା

ଜମ୍ମୁ କାଶ୍ମୀର କୁଲଗାମରେ ଏନ୍କାଉଣ୍ଟର | ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି | ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏହି ଗୁଳି ବିନିମୟରେ ଦୁଇ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଏନେଇ ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ । ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଅନୁସାରେ, କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥଲା ସୁରକ୍ଷାବାହିନୀ । ଏହା ପରେ ସିଆରପିଏଫ, ସୁରକ୍ଷାବାହିନୀ ଓ ପୋଲିସଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଜଣେ ଆତଙ୍କୀକୁ ମାତ ଦେବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ମୃତ ଆତଙ୍କୀର ପରିଚୟ ମିଳି ପାରିନାହିଁ କେବଳ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ଜଣାପଡିଛି । ଅନେକ ଅପରାଧିକ କାର୍ଯ୍ୟରେ ଜଡିତ ଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିିପି ବିଜୟ କୁମାର ।ପ୍ରକାଶ ଥାଉ କି ଗତକାଲି(ସୋମବାର) ଘାଟିରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LET) ଟପ୍ କମାଣ୍ଡର ସମେତ 2 ଆତଙ୍କୀ ସଫା କରିଥିଲା ସୁରକ୍ଷାବାହିନୀ । ସଫଳତାର ୨୪ ଘଣ୍ଟା ପରେ ଆଉ ଏକ ସଫଳତା ପାଇଛି ସୁରକ୍ଷାବାହିନୀ । ବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରେ କୁପୱାଡାରେ ଜଣେ ଆତଙ୍କୀକୁ ମାରି ଗଡାଇ ଥିଲା ସୁରକ୍ଷାବାହିନୀ ।

Related Posts