ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା । ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ବନ କର୍ମଚାରୀଙ୍କୁ ପ୍ରାଥମିକ ପଯ୍ୟାୟରେ ତାମିଲ ଦିଆଯାଇଛି । ଏଥର ପକ୍ଷୀ ଗଣନାରେ ଅନ୍ୟବର୍ଷ ପରି ଝାରସୁଗୁଡା, ବରଗଡ ବନ୍ୟ ଡିଭିଜନର କର୍ମଚାରୀ ସାମିଲ ହେବେ । ବଡି ଭୋରୁ ମୋଟର ବୋଟ ସାହାଯ୍ୟରେ କର୍ମଚାରୀ, ବିଶେଷଜ୍ଞ ବିସ୍ତିର୍ଣ୍ଣ ଜଳଭଣ୍ଡାରକୁ ପ୍ରବେଶ କରିବା ସହ ପକ୍ଷୀ ଗଣନା କରିବେ ।
ଚଳିତ ବର୍ଷ ଢେର ଦିନ ହେଲା ବିଦେଶୀ ପକ୍ଷୀ ଆସି ବିଚରଣ କରୁଥିବା ନଜର ଆସିଛି । ତେବେ ଜଳଭଣ୍ଡାରର ଝାରସୁଗୁଡା, ବରଗଡ ସୀମା ତଥା ପାୱାର କେନାଲ୍, ମହାନଦୀ କଡ, ଦୁଇ ବଡ କେନାଲ ଅଂଚଳରେ ଏହି ଗଣନା କରାଯିବ । ଚଳିତ ଥର ମଧ୍ୟ ୯୦ରୁ ଉର୍ଦ୍ଧ ପ୍ରଜାତିର ଲକ୍ଷାଧିକ ପକ୍ଷୀ ଆସି ଥିବାର ସମ୍ଭାବନା ରହିଛି । ଏହାସହ କିଛି ନୂଆ ପ୍ରଜାତିର ପକ୍ଷୀ ହିରାକୁଦକୁ ଆସି ଥାଇ ପାରନ୍ତି ବୋଲି ଡିଏଫଓ କହିଛନ୍ତି ।