
ସତ୍ୟପାଠ 25/12 ଜାନୁୟାରୀ ପହିଲାରୁ ବ୍ୟାଙ୍କ ବଢାଉଛି ଏଟିଏମ୍ ଉଠାଣ ଚାର୍ଜ। ଆଗରୁ ଆପଣ ମାଗଣା ଉଠାଣ ଅବଧି ସରିବା ପରେ ଯେଉଁ ଦର ୨୦ଟଙ୍କା ହିସାବରେ କଟୁଥିଲା ତାହା ଏବେ ୨୧ଟଙ୍କା କଟିବ। ଧାରକମାନଙ୍କଠାରୁ ଅଧିକ ଚାର୍ଜ ଆଦାୟ କରିବ ବ୍ୟାଙ୍କ । ଜାନୁଆରୀ ପହିଲାଠାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଆପଣଙ୍କୁ ମିଳିଥିବା ମାଗଣା ଟ୍ରାନ୍ଜାକ୍ସନ ପରେ ଆପଣ ଯଦି ଅଧିକ ଥର ଟଙ୍କା ଉଠାଣ କରନ୍ତି ତେବେ ପୂର୍ବ ନିର୍ଦ୍ଧାରିତ ଦରଠାରୁ ଆପଣଙ୍କୁ ୧ଟଙ୍କା ଅଧିକ ଦେବାକୁ ପଡିବ। ସମ୍ପ୍ରତି ବ୍ୟାଙ୍କ ନିୟମ ମୁତାବକ ମାସକୁ ୫ ଥର ମାଗଣା ଟ୍ରାନ୍ଜାକ୍ସନ ସୁଯୋଗ ମିଳୁଥିଲା। ଏବଂ ୬ଷ୍ଠ ଥର ଏଟିଏମ୍ ସୁବିଧା ନେଲେ ଆପଣଙ୍କଚ ୨୦ଟଙ୍କା ଚାର୍ଜ ଦେବାକୁ ପଡୁଥିଲା। ଯାହା ଏବେ ବୃଦ୍ଧି ପାଇ ୨୧ ଟଙ୍କା ହୋଇଛି। କିନ୍ତୁ ବାଲାନ୍ସ ଚେକ, ମିନି ଷ୍ଟେଟମେଣ୍ଟ ବାହାର କରିବା ଓ ଏଟିଏମ ପିନ ପରିବର୍ତ୍ତନ ଭଳି ଅପ୍ସନ ଦେୟମୁକ୍ତ ରହିଛି ।