
ରବିବାର ଦିନ ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏହି ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି | ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ହେଉଛି ଜାନୁଆରୀ ୨୦୨୨ର ୭ମ ଏନକାଉଣ୍ଟର । ଏଯାଏଁ ୧୩ଜଣ ଆତଙ୍କବାଦୀଙ୍କୁ ନିହତ କରିସାରିଲେଣି ।
ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲ୍ଲା ହସନପଡ଼ା ଗାଁରେ ନିରାପତ୍ତା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।
ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ହସନପଡ଼ାରେ କର୍ଡ଼ନ-ଆଣ୍ଡ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ତଲାସକାରୀ ଦଳ ପାଲଟା ଗୁଳି ଚଳାଇବାରୁ ଏନକାଉଣ୍ଟରରେ ପରିଣତ ହୋଇଥିଲା ।
ସୁରକ୍ଷାବାହିନୀ ସହିତ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଅତ୍ସଶସ୍ତ୍ର ଓ ଗୁଳିଗୋଳା ସମେତ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇଥିବା ପୋଲିସ କହିଛି ।