
ଜେଏନ୍ୟୁର ପୂର୍ବତନ ଛାତ୍ର ତଥା କଂଗ୍ରେସ ନେତା କହ୍ନେୟା କୁମାରଙ୍କ ଉପରକୁ କାଳିମାଡ଼ । ଲକ୍ଷ୍ନୌର କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କ ଉପରକୁ କାଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେବେ କଂଗ୍ରେସ ନେତା ଏହାକୁ କାଳି ନୁହଁ ବରଂ ଏସିଡ୍ ବୋଲି ଅଭିଯୋଗ ଆଣିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାର ପାଇଁ କହ୍ନେୟା କୁମାର ଆସିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। କହ୍ନେୟା କୁମାରଙ୍କ ଉପରକୁ ଅଭିଯୁକ୍ତ ଏସିଡ୍ ଫିଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି। ତେବେ କିଛି ବୁନ୍ଦା କହ୍ନେୟା କୁମାରଙ୍କ ପାଖରେ ଥିବା ୩-୪ ଜଣ ଯୁବକଙ୍କ ପଡ଼ିଥିବା ଅଭଯୋଗ ହୋଇଛି।
କଂଗ୍ରେସ କର୍ମୀମାନେ ସମ୍ପୃକ୍ତ ଅଭିଯୁକ୍ତକୁ କାବୁ କରିଥିଲା ବେଳେ ତାଙ୍କ ବିଷୟରେ କିଛି ତଥ୍ୟ ଖୋଲାସା କରି ନାହାନ୍ତି। ଲକ୍ଷ୍ନୌରେ କଂଗ୍ରେସ ପାଇଁ କହ୍ନେୟା କୁମାର ଘରକୁ ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି। ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରି ଭୋଟ ମାଗୁଛନ୍ତି।
କଂଗ୍ରେସ ଆଗକୁ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ସେହିପରି ଯେଉଁମାନେ ଦେଶକୁ ନିର୍ମାଣ କରି ନାହାନ୍ତି ସେମାନେ ଦେଶକୁ ବିକ୍ରି କରୁଛନ୍ତି। ଭାରତକୁ କଂଗ୍ରେସ ତିଆରି କରିଛି। ତେଣୁ ଦେଶକୁ ବିକ୍ରେତାଙ୍କ କବଳରୁ ବଞ୍ଚେଇବାକୁ ପଡ଼ିବ ବୋଲି ସେ କହିଛନ୍ତି।