ଜ୍ୱାଇଁକୁ କାଠଫାଳିଆରେ ପିଟି ପିଟି ମାରିଦେଲେ କାକା ଶଶୁର ଓ ୨ ଶାଳକ: ବୌଦ୍ଧ

ସତ୍ୟପାଠ 25/12 ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା କଲେ କାକା ଶଶୁର ଓ ୨ ଶାଳକ । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ । ହତ୍ୟାକାରୀ ହେଲେ ପବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ । ଗତକାଲି ବିଳମ୍ବିତ ରାତିରେ ଗୋବର୍ଦ୍ଧନ ବକେୟା ଟଙ୍କା ମାଗିବା ପାଇଁ କକା ଶଶୁର ଘରକୁ ଯାଇଥିଲେ । ଏହି ସମୟରେ ପରଷ୍ପରଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସେମାନେ ଏକ କାଠ ଫାଳିଆରେ ଗୋବର୍ଦ୍ଧନଙ୍କୁ ପିଟିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି । ବାଉଶୁଣି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Posts