
କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ଘଟିଛି ମର୍ମତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ପଛରେ ଏକ କାର୍ ପିଟି ହୋଇଚି । ଫଳରେ ଏହି ଦୁର୍ଘଟନା ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।
ଏମାନେ ସମସ୍ତେ ଗତକାଲି ରାତିରେ ବିଶିପଡ଼ାର ତାଳପଡ଼ାରୁ ଭୋଜି ଖାଇ ଗୁମ୍ମାଗଡ଼କୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି ।