ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ପୁଲିସ ଡିଆଇଜି ହରଚରଣ ସିଂହ ଭୁଲ୍ଲରଙ୍କ ଘଣ୍ଟା ସଉକ । ମିଳିଲା ୨୬ଟି ଦାମୀ ଘଣ୍ଟା । ତେବେ କୁବେର ଡିଆଇଜି ଭୁଲ୍ଲରଙ୍କ ଘରୁ ସାଢ଼େ ସାତ କୋଟି ଟଙ୍କା ନଗଦ, ପ୍ରାୟ ଅଢ଼େଇ କେଜି ସୁନା ଅଳଙ୍କାର ଏବଂ ବ୍ରାଣ୍ଡେଡ୍ ରୋଲେକ୍ସ ଏବଂ ରାଡୋ ଘଣ୍ଟା ସମେତ ୨୬ଟି ବିଳାସପୂର୍ଣ୍ଣ ଘଣ୍ଟା ଜବତ କରାଯାଇଛି । ଏହା ବ୍ୟତୀତ ଦାଗୀ ବାବୁଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୫୦ରୁ ଅଧିକ ସ୍ଥାବର ସମ୍ପତ୍ତି, ବେନାମୀ ସଂସ୍ଥା, ଲକର ଚାବି ଏବଂ ଅନେକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍ କରିଛି ସିବିଆଇ ।
ସେପଟେ ଅଭିଯୋଗକାରୀ ଆକାଶ ବତ୍ତା କହିଛନ୍ତି ଯେ ୨୦୨୩ରେ ତାଙ୍କ ବିରୋଧରେ ରୁଜ୍ଜୁ ଏକ ଏଫଆଇଆରକୁ ବନ୍ଦ କରିବା ଓ ତାଙ୍କର କବାଡ଼ି ବ୍ୟବସାୟ ଚାଲୁ ରଖିବାକୁ ଭୁଲ୍ଲର ମାସକୁ ୮ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ ନିଆଯାଇଥାନ୍ତା ।ଏହା ପରେ ଆକାଶ ସିବିଆଇରେ ଅଭିଯୋଗ କରିଥିବାର ସୂଚନା ମିଳିଛି ।





