ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଭବନର ନିଉ ଅଭିଷେକ ହଲ୍ରେ ଏହି ଆଲୋଚନା ବେଳେ ରାଜ୍ୟପାଳ ତଥା କୁଳାଧିପତି ହରିବାବୁ କମ୍ଭମପାଟି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ତେବେ ଅଧିକାଂଶ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ଅଛନ୍ତି। ବିଶ୍ବବିଦ୍ୟାଳୟରେ ବହୁ ଶିକ୍ଷକ ପଦବି ଖାଲି ପଡ଼ିଛି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ନୂଆ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ କୁଳପତି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ତିନି ମାସ ମଧ୍ୟରେ ସବୁ କୁଳପତି ପଦବି ପୂରଣ ହେବ। ତାହା ପରେ ଅଧ୍ୟାପକ ପଦବି ପୂରଣ କରାଯିବ। ଆଜି ରାଜ୍ୟପାଳ ତଥା କୁଳାଧିପତି ହରିବାବୁ କମ୍ଭମପାଟି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି।





