ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ୧୨ଟା ସୁଦ୍ଧା ୪୫%ରୁ ଅଧିକ ମତଦାନ

ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ | ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାତା ମାନେ ମତଦାନ କରିଥିବା ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି | ଆଜି ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗ୍ରହଣ କରାଯାଉଛି, ଯେଉଁଥିରେ କି ୧୩୮୨ଟି ଗ୍ରାମପଞ୍ଚାୟତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟର ଭୋଟିଂ ପାଇଁ ୧୮ ହଜାର ୪୯୫ଟି ବୁଥର ବ୍ୟବସ୍ଥା କରାଯାଇଛି । ଏଥିରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ଅଛି । ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରୁଛନ୍ତି ।

ଦିନ ୧୧ଟା୩୦ ସୁଦ୍ଧା ତିର୍ତ୍ତୋଲରେ 10.58 ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ବିରିଡି ବ୍ଲକରେ 13 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ବାଲେଶ୍ଵର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଜିଲ୍ଲାର ଖଇରା, ସିମୁଳିଆ ଓ ସୋର ବ୍ଲକରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ମହିଳା ଭୋଟର ମାନେ ପିଙ୍କ ବୁଥରେ ମତଦାନ କରୁଥିବା ବେଳେ ବେସ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମୋଟ 1,117ଟି ବୁଥ ଥିବା ବେଳେ 167ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ 44 ଟି ମୋବାଇଲ ପାର୍ଟି ନିୟୋଜିତ ଅଛନ୍ତି।

Related Posts