ଦେଶରେ ବଢୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା | ପୂର୍ବ ଭଳି ଦୈନିକ ସଂକ୍ରମଣ ହାର ଉପର ମୁହାଁ ରହିଛି | ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ ବଢ଼ିଛି ।
ମହାରାଷ୍ଟ୍ରରୁ ସର୍ବାଧିକ ୧୨, ୧୬୦, ପଶ୍ଚିମବଙ୍ଗରୁ ୬୦୭୮, ଦିଲ୍ଲୀରୁ ୪୦୯୯, କେରଳରୁ ୨୫୬୦ ଓ ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୨୮ ନୂଆ ଆକ୍ରାନ୍ତ । ବାକି ବାକି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି ।
୨୪ ଘଣ୍ଟାରେ କରୋନା ନେଇଛି ଆଉ ୧୨୪ ସଂକ୍ରମିତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ହଜାର ୧୭କୁ ବଢ଼ିଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୧୧ହଜାର ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧ଲକ୍ଷ ୭୧ହଜାର ୮୩୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଗତ ସପ୍ତାହେ ଭିତରେ ଦେଶରେ ଦୈନିକ ସଂକ୍ରମଣ ୬ହଜାରରୁ ବଢ଼ି ୪୦ ହଜାର ମୁହାଁ ହେଲାଣି । ବିଶେଷଜ୍ଞ ଆକଳନ କରୁଛନ୍ତି ମାସେ ଭିତରେ ଦେଶରେ ସଂକ୍ରମଣ ପିକ୍ ଛୁଇଁବ ।
ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେଜ୍ରିୱାଲ । ସେ କହିଛନ୍ତି ତାଙ୍କ ପାଖରେ କୋରୋନାର ସାମନ୍ୟ ଲକ୍ଷଣ ଦେଖା ଦେଇଛି । ତେଣୁ ସେ ନିଜରୁ ହୋମ ଆଇସୋଲେସନରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପରୀକ୍ଷା କରିବା ସହିତ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ଅରବିନ୍ଦ ।