
ରାଜ୍ୟରେ ଉପରମୁହାଁ ରହିଛି କରୋନା ର ଦୈନିକ ସଂକ୍ରମଣ | ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୭୭୮ ନୂଆ ଆକ୍ରାନ୍ତ । ୧୮ ବର୍ଷ ଭିତରେ ୭୯୨ ପଜିଟିଭ୍ ବାହାରିଥିବା ବେଳେ, ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟିନରୁ ୫୦୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୮୨ଟି । ୧୭ଟି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।
ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫, ସୁନ୍ଦରଗଡ଼ରୁ ୧୨୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁର ଅପେକ୍ଷା ଆଜି କଟକ ଜିଲ୍ଲାରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି । କଟକରୁ ଚିହ୍ନଟ ହୋଇଛନ୍ତି ୭୬୬ ପଜିଟିଭ୍ । ସମ୍ୱଲପୁର ୫୯୬, ମୟୂରଭଞ୍ଜରୁ ୩୩୯, ବାଲେଶ୍ୱରରୁ ୨୩୧, ବଲାଙ୍ଗିରରୁ ୨୧୬, ବରଗଡ଼ରୁ ୧୩୬, ଭଦ୍ରକରୁ ୧୦୬, ଅନୁଗୋଳରୁ ୧୦୭, ଗଞ୍ଜାମରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପୁରୀରୁ ୨୧୬, ଝାରସୁଗୁଡ଼ାରୁ ୨୦୩, ଯାଜପୁରରୁ ୧୯୧, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୧୬୧, ନବରଙ୍ଗପୁରରୁ ଆଉ ୧୧୨ ଜଣ ପଜିଟିଭ୍ ବାହାରିଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୦ ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।