
ନକଲି ରସକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଏବେ ଫିଟିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର | ପୋଲିସ ଗୋଟିଏ ପରେ ଗୋଟିଏ ପରଦା ଉଠାଇ ଖୋଳତାଡ ଜୋର କରିଛି | ଗତକାଲି ପୋଲିସ ଭଉଣୀ ଙ୍କୁ ଅଟକ ରଖି ପଚାର ଉଚରା କରିଥିବା ବେଳେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପୈତୃକ ଘରେ ପୁଲିସର ଚଢ଼ାଉ କରିଛି | ଭାଇ, ମାଆକୁ ମହିଳା ଥାନା ପୋଲିସ ପଚରାଉଚରା କରିଛନ୍ତି | ଏଥିସହ ଗୁପ୍ତକୋଠରୀ ତଥା ଫାର୍ମହାଉସର ରହସ୍ୟ ମଧ୍ୟ ସାମ୍ଙ୍କୁ ଆସିଛି | ଯାହା ରମେଶଙ୍କ ବିଷୟରେ ଖୋଲିଛି ଅନେକ ଗୁମର । ଗତକାଲି ରାତିରେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ପୈତୃକ ଗାଁ ଅଢ଼ଙ୍ଗା ସିଂଘାଳରେ ପହଂଚିଥିଲେ ମହିଳା ଥାନା ପୋଲିସ । ମହିଳା ଥାନା ଇନିସପେକ୍ଟର ସନ୍ତୋଷିନୀ ବେହେରା ସହ ୨ଜଣିଆ ପୋଲିସ ଟିମ୍ ସେଠାରେ ପହଂଚିଥିଲେ ।
ରମେଶଙ୍କ ମାଆ ଗୌରୀ ସ୍ୱାଇଁ, ଭାଇ ଉମେଶ ସ୍ୱାଇଁଙ୍କୁ ପଚରାଉଚରା କରିଥିଲେ । ସୂଚନା ଅନୁସାରେ ଗୁପ୍ତ କୋଠରୀଟି ଘର ଠାରୁ ଦୂରରେ ଭଗବାନପୁରରେ ଥିଲା । କୁକୁଡ଼ା ଫାର୍ମ ହାଉସ ସହ ସେଠାରେ ରମେଶ କଲିକତାରୁ ଏକ କମ୍ପାନୀ ଠୁ ବ୍ଲାଙ୍କ ଚେକ ଦେଇ ଠକି ଆଣିଥିବା ଅନେକ ଦାମୀ ମେସିନ୍ ମଧ୍ୟ ଲୁଚାଯାଇଥିଲା । ଘଟଣାସ୍ଥଳକୁ ଅଭିଯୋଗକାରୀ ତଥା କଲିକତା ମେସିନ କମ୍ପାନୀର ବିକ୍ରେତା ମଧ୍ୟ ଆସି ନିଜ ଜିନିଷକୁ ଚିହ୍ନଟ କରିଥିଲେ । ଗୁପ୍ତ କୋଠରୀର ଚାବି ରମେଶଙ୍କ ଭାଇଙ୍କ ପାଖରେ ଥାଇ ମଧ୍ୟ ସେ ନଦେବାରୁ ବାଧ୍ୟ ହୋଇ ତାଲା ଭାଙ୍ଗିଥିଲେ ପୋଲିସକର୍ମୀ ।
ସେଠାରେ ଥିବା ମୂଲ୍ୟବାନ ଦ୍ରବ୍ୟକୁ ତର୍ଜମା କରିଥିଲେ । ଘଟଣା ସ୍ଥଳରୁ ରମେଶଙ୍କ ଆଉ ଜଣେ ଭାଇ ଫେରାର ଥିଲେ । ଉମେଶଙ୍କର ମଧ୍ୟ ଘଟଣା ସହ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ।ଏହି ଠକେଇରେ ଭଉଣୀ ଓ ଭିଣୋଇଙ୍କ ସଂପୃକ୍ତି ଜଣାପଡିଛି । ଭାଇ ନିଜ ଯୌନ ଲାଳସା ପୂରଣ କରିବା ପାଇଁ ବୁଲି ବୁଲି ବାହା ହେଉଥିଲା ଆଉ ଏଥିରେ ତାକୁ ସହଯୋଗ କରୁଥିଲା ତା’ ପରିବାର ଓ ଭଉଣୀ! ବାହାଘରରେ ମିଳୁଥିବା ଜାନି ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ ଉଭୟ ।
୧୮ ହାଇପ୍ରୋଫାଇଲ୍ ମହିଳାଙ୍କୁ ବିବାହ କରିଥିବା ରମେଶକୁ ସହଯୋଗ କରୁଥିଲା ତା’ ପରିବାର ଓ ଭଉଣୀ। ରମେଶ ସ୍ୱାଇଁ ମାଟ୍ରିମୋନିଆଲ୍ ସାଇଟ୍ରେ ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲୁଥିଲା। ସେଠାରେ ସେ ଧନୀ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା। ତା’ପରେ ବିଭିନ୍ନ ସୋଶାଲ ମିଡ଼ିଆରେ ସେ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା। ତା’ ପରେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲା। ମିଠା ମିଠା ଚାର୍ଟିଂ କରି ମହିଳାଙ୍କ ମନ ଜିଣୁଥିଲା।