ଲାଲଗଡର ଅନ୍ଧାରି ଦୁନିଆକୁ ତ୍ୟାଗ କରି ନୂଆବର୍ଷରେ ନୂଆ ସଂକଳ୍ପ ନେଇଛନ୍ତି ୪୪ ମାଓବାଦୀ । ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି | ୯ ମହିଳାଙ୍କ ସମେତ ୪୪ ଜଣ ମାଓବାଦୀଙ୍କ ହାତ ଛାଡିଛନ୍ତି | ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ପୋଲିସ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି ।
ସରକାରଙ୍କ ଉନ୍ନୟନମୂଳକ ତଥା ପୁନା ନର୍କମ ଅଭିଯାନରେ(ନୟି ସୁବହା ନୟି ସୁରୁଆତ) ଆକୃଷ୍ଟ ହୋଇ ସୁକୁମା ଜିଲ୍ଲା ଏସପି ସୁନୀଲ ଶର୍ମାଙ୍କ ପାଖରେ ୪୪ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀ ଦୀର୍ଘ ବର୍ଷ ଧରି ସଂଗଠନରେ କାର୍ୟ୍ୟ କରି ଆସୁଥିଲେ । ବହୁ ହିଂସାକାଣ୍ଡରେ ସକ୍ରିୟ ଥିଲେ । ସୁକୁମା ଜିଲ୍ଲାର ଦୁର୍ଗମ ଅଞ୍ଚଳ କରିଗୁଡ଼େମରେ ସକ୍ରିୟ ରହିଥିଲେ ଏମାନା । ଏମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁଯାଇ ଥଇଥାନ କରାଯିବ ବୋଲି ସୁକୁମା ଏସ.ପି. ସୁନୀଲ ଶର୍ମା କହିଛନ୍ତି । ଏଥିସହ ମାଓବାଦୀଙ୍କ ହାତ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ନେଇ ଖୁସି ଜାହିରି କରିଛନ୍ତି |





