ନଦୀ ମଝିରେ ହୁତୁହୁତୁ ହୋଇ ଜଳିଲା ଡଙ୍ଗା: ୩୬ ମୃତ, ୨୦୦ ଆହତ

ବାଂଲାଦେଶରେ ଅଘଟଣ | ତିନି ମହଲା ବିଶିଷ୍ଟ ଏକ ଡଙ୍ଗାରେ ଲାଗିଗଲା ନିଆଁ | ଯାହାଫଳରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଆହତ ହୋଇଛନ୍ତି । ତେବେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି | ସ୍ଥାନୀୟ ପୋଲିସ୍ ପ୍ରମୁଖ ମୋଇନୁଲ ଇସଲାମ କହିଛନ୍ତି ଯେ, ନଦୀ ମଝିରେ ଅନେକ ଲୋକଙ୍କୁ ଧରିଯାଉଥିବା ତିନି ମହଲା ବିଶିଷ୍ଟ ଏହି ଡଙ୍ଗାରେ ନିଆଁ ଲାଗିଯାଇଥିଲା ।

ଫଳରେ ଏବେ ସୁଦ୍ଧା ସେଥିରୁ ୩୬ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ନିଆଁରେ ପୋଡ଼ିହୋଇ ଅନେକ ମୃତ୍ୟୁବରଣ କରିଥିବା ବେଳେ କିଛି ଜଣ ପାଣିକୁ ଡେଇଁ ଜୀବନ ହାରିଛନ୍ତି । ଏହି ଅଘଟଣ ରାଜଧାନୀ ଢ଼ାକା ଠାରୁ ୨୫୦ କିମି ଦକ୍ଷିଣ ରେ ଥିବା ସହର ଝକାକଠି ପାଖରେ ଘଟିଛି |

Related Posts