ନବୀନଙ୍କ ପାଇଁ ଅଡୁଆ

କୋଲ ବ୍ଲକ ଆବଣ୍ଟନ

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଡ଼ୁଆ ବଢିପାରେ । ତାଙ୍କ ନାଁରେ ପୂର୍ବରୁ ଥିବା କୋଲ ବ୍ଲକ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ଏହାର ତଦନ୍ତଭାର ନେଇଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି ।

କୋଇଲା ଖଣି ଆବଣ୍ଟନ ନେଇ ୨୦୧୪ ମାର୍ଚ୍ଚ ୨୬ରେ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଥିଲା । କିନ୍ତୁ ଏ ଯାଏଁ ମାମଲା ତଦନ୍ତାଧୀନ ରହିଛି । ତେଣୁ ଏହାର ତଦନ୍ତ କରି ତ୍ୱରିତ ଶୁଣାଣି କରିବାକୁ ପିଟିସନରେ ଦର୍ଶାଯାଇଛି ।

ଅଭିଯୋଗ ମୁତାବକ ୧୯୯୮ ମସିହାରେ ଏମ/ଏସ ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ କୋଇଲା ଖଣି ମିଳିଥିଲା । ମହାରାଷ୍ଟ୍ର ତକଲି-ଜେନା ବେଲୋରା କୋଲ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା । କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଥିଲା ବୋଲି ପରେ ଅଭିଯୋଗ ଆସିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ ।

ତେଣୁ ଏହି ମାମଲାରେ ନବୀନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା । ଯାହାକୁ ନେଇ ୨୦୧୪ରେ ମାମଲା ଦାୟର ହୋଇଥିଲା । ଏହାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ମଧ୍ୟ ଏହି ମାମଲାରେ ନବୀନଙ୍କୁ ପୂର୍ବରୁ ଜେରା କରି ସାରିିଛି । ତେଣୁ କ’ଣ ପାଇଁ ତଦନ୍ତକୁ ବିଳମ୍ବ କରାଯାଉଛି ବୋଲି କୁହାଯାଉଛି ।

Leave A Reply

Your email address will not be published.