ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ

ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ନେଇ ଚ୍ୟାଲେଞ୍ଜ । ବିଜେପି ସାଂସଦ ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ନଳିନୀ ପ୍ରାଧନଙ୍କ ପ୍ରାର୍ଥିତ୍ୱକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି । ନଳିନୀ ଅଫିସ ଅଫ ପ୍ରଫିଟରେ ଥିବା ନିତେଶ ଅଭିଯୋଗ କରିଛନ୍ତି । ନିତେଶଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥୀପତ୍ରର ଯାଞ୍ଚ ଘୁଞ୍ଚିଛି । ଆଜିର ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲି ଦିନ ୧୧.୪୫ରେ ରିଟର୍ଣ୍ଣିଂ ଅଫିସର ଶୁଣାଣି କରିବେ ।

ନିତେଶ ତାଙ୍କ ଓକିଲଙ୍କ ମାଧ୍ୟମରେ ଅଭିଯୋଗ କରିଛନ୍ତି । ନିତେଶଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ ନଳିନୀଙ୍କ ପ୍ରାର୍ଥୀପତ୍ରରେ ଦୁଇଟି ତ୍ରୁଟି ରହିଛି । ନଳିନୀ ନିର୍ବାଚନ ଆୟୋଗଙ୍କ ନିୟମକୁ ଉଲ୍ଲଂଘନ କରିଛନ୍ତି । ଅଭିଯୋଗ ଅନୁସାରେ ନଳିନୀ ପୂର୍ତ ସଚିବ ପଦରୁ ଅବସର ନେବା ପରେ ମଧ୍ୟ ସେ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଭାବେ ଅଛନ୍ତି । ଗୋଟିଏ ହେଲା ଓସିସି(ଓଡିଶା କନଷ୍ଟ୍ରକସନ କର୍ପୋରେସନ) ଏବଂ ଅନ୍ୟଟି ହେଲା ଓଡିଶା ପୋଲିସ ହାଉସିଂ କର୍ପୋରେସନ ପଦବୀରେ ଅଛନ୍ତି ।

ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ମଧ୍ୟ ସେ ଦୁଇଟି ସରକାରୀ ପଦବୀରୁ ଇସ୍ତଫା ଦେଇ ନାହାନ୍ତି ବୋଲି ନୀତିଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନଳିନୀ ସତ୍ୟପାଠରେ ଅନେକ ସ୍ଥାନ ଖାଲି ଛାଡିଛନ୍ତି ଯାହାକୁ ପୂରଣ କରିବା ବାଧ୍ୟତାମୂଳକ ଥିଲା । ଏହି ଆଧାରରେ ତାଙ୍କ ପ୍ରାର୍ଥିତ୍ୱ ଖାରଜ ହେବା ଦରକାର ବୋଲି ନୀତେଶ ଗଙ୍ଗଦେବ ତାଙ୍କ ଓକିଲଙ୍କ ମାଧ୍ୟମରେ ଯୁକ୍ତି କରିଛନ୍ତି ।

Leave A Reply

Your email address will not be published.