ନିର୍ବାଚନୀ ହିଂସା: ନିଖୋଜ ଥିବା ସରପଂଚ ପ୍ରାର୍ଥୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ରାଜ୍ୟରେ ପଂଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ମାହୋଲ ଯେତେ ସରଗରମ ରହିଛି ତାହାରି ମଧ୍ୟରେ ନିର୍ବାଚନୀ ହିଂସା ମଧ୍ୟ ଢେର ଅଧିକ ରହିଛି | ନିର୍ବାଚନକୁ ନେଇ ନିର୍ବାଚନ ବିଗୁଲ ବାଜିବା ଠୁ ରାଜ୍ୟରେ ଅନେକ ସମୟରେ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଛି | ଏହାରି ମଧ୍ୟରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଆସନ୍ତାକାଲି ହେବ ତୃତୀୟ ପର୍ଯ୍ୟାୟ ‘ମତଦାନ | ମତଦାତା ମାନେ ନିଜ ନେତାଙ୍କୁ ଚୟନ କରିବେ | ତେବେ ଏହାରି ମଧ୍ୟରେ ନୂଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା | ପରେ ଆଜି ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ । ଘରଠାରୁ ୧ କିଲୋମିଟର ଦୂରରେ ହାତ ଗୋଡ ବନ୍ଧା ହୋଇ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକତ୍ସା ଚାଲିଛି । ।

ଚୂଳମଣି ଗତକାଲି କୌଣସି କାମରେ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସରେ ଏତଲା ଦେବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତୃତୀୟ ପର୍ଯ୍ୟାୟ ମତଦାନରେ ନିର୍ଦ୍ଧାରଣ ହେବାକୁ ଅଛି କୂଳମଣିଙ୍କ ଭାଗ୍ୟ । ଏହା ପୂର୍ବରୁ ତାଙ୍କର ନିଖୋଜ ହୋଇଯିବା ଓ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ଘଟଣା ତାଙ୍କ ପରିବାରରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି | ପୋଲିସ ପକ୍ଷରୁ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ ଆରମ୍ଭ ହୋଇଛି |

Related Posts