ନିର୍ବାଚନୀ ହିଂସା ! ବାଲିଗୁଡ଼ାର ଜୁବାଗୁଡ଼ା ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ଥାନା ଆଗରେ ଉତେଜେନା

ରାଜ୍ୟରେ ଏବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ମତଦାନ ପକ୍ରିୟା ଆରଂମ୍ଭ ହୋଇଯାଇଛି | ଏହାରି ମଧ୍ୟରେ ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଆସନ୍ତାକାଲି ଅନୁଷ୍ଠିତ ହେବ ଶେଷ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ | ତେବେ ନିର୍ବାଚନ ଆରମ୍ଭ ହେବା ଦିନଠୁ ରାଜ୍ୟରେ ନିର୍ବାଚନୀ ହିଂସା ଲାଗିରହିଛି | ପ୍ରତେକ ଦିନ ଅନେକ ସ୍ଥାନରୁ ଏଭଳି ଘଟଣା ମାନ ସାମ୍ନାକୁ ଆସୁଛି | ତେବେ ସମାନ ଦୃଶ୍ୟ ବାଲିଗୁଡ଼ା କୋଟଗଡ଼ ବ୍ଲକର ଜୁବାଗୁଡ଼ାରେ ଦେଖିବାକୁ ମିଳିଛି | ସମିତି ସଭ୍ୟ ପ୍ରାର୍ଥୀ ଷ୍ଟିଫାନ ପ୍ରଧାନଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି | ଫଳରେ ଉତ୍ୟକ୍ତ ଗ୍ରାମବାସୀମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ତୁମୁଡ଼ିବନ୍ଧ ମୁନିଗୁଡ଼ା ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ । ବାଲିଗୁଡ଼ା ଏସଡିପିଓ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରୁଛନ୍ତି । ରାଜନୈତିକ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି ।

ସେପଟେ, ଭୋଟ ଗ୍ରହଣ ଚାଲିଥିବା ବେଳେ ଭୋଟ ବାକ୍ସରେ ପାଣି ଢାଳିଦେଲେ ବିଜେପି ଏଜେଂଟ । ବାଲିପାଟଣା ବ୍ଲକ ସୋମଣା ଶାସନ ପଂଚାୟତର ସୋମଣା ପ୍ରଧାନର ୩ ନଂବର ବୁଥରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିଲା । ତେବେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ କମୁଥିବା ଜାଣିବା ପରେ ଉତକ୍ଷିପ୍ତ ହୋଇ ବିଜେପି ଏଜେଂଟ ଏଭଳି କାଣ୍ଡ କରିଥିବା କୁହାଯାଉଛି ।

ଖବର ପାଇ ଘଟଣାସ୍ଥଳକୁ ଭୁବନେଶ୍ୱର ଉପଜିଲ୍ଲାପାଳ, ବାଲିପାଟଣା ତହସିଲଦାର, ନିର୍ବାଚନ ଅଧିକାରୀ, ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ । ପ୍ରଶାସନ ପକ୍ଷରୁ ସୋମଣା ପ୍ରଧାନର ୩ ନଂବର ବୁଥକୁ ଅସିଦ୍ଧ ଘୋଷଣା କରାଯାଇଛି । ସେହିପରି ପାଣି ଢାଳିଥିବା ଏଜେଂଟଙ୍କ ବିରୋଧରେ ବାଲିପାଟଣା ଥାନାରେ ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି |

Related Posts