ନିର୍ବାଚନ ଲଢ଼ିବେନି କରୀନା

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ଲଢ଼ିବେନି ଅଭିନେତ୍ରୀ କରୀନା କପୁର । ନିଜେ କରୀନା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ଏହି କଥାର ଆଦୌ ସତ୍ୟତା ନାହିଁ । ବରଂ ଏହା କେବଳ ଚର୍ଚ୍ଚା ବୋଲି ସେ କହିଛନ୍ତି । ରାଜନୀତି ନୁହେଁ ବରଂ ସିନେମା ତାଙ୍କ ପାଇଁ ଫୋକସ ବୋଲି କରୀନା ସ୍ପଷ୍ଟ କରିଛନ୍ତି ।

ମଧ୍ୟପ୍ରଦେଶ ଭୋପାଳ ଆସନରେ ବିଜେପି ସାଂସଦଙ୍କୁ ହରାଇବା ପାଇଁ କରୀନା କଂଗ୍ରେସ ପ୍ରାର୍ଥୀନି ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ କରୀନା କହିଛନ୍ତି ନିର୍ବାଚନ ଲଢ଼ିବା ନେଇ କୌଣସି ଦଳ ତାଙ୍କ ସହ ଆଲୋଚନା କରି ନାହାଁନ୍ତି ବା ସେଭଳି କିଛି ଅଫର ତାଙ୍କ ପାଇଁ ନାହିଁ । ତେଣୁ ତାଙ୍କର ମୁଖ୍ୟ ଫୋକସ ହେଉଛି ସିନେମା । ଏ ଚର୍ଚ୍ଚାକୁ ଏଇଠି ରଖାଯାଉ ବୋଲି କରୀନା କହିଛନ୍ତି ।

Comments are closed.