ନିୟନ୍ତ୍ରଣକୁ ଆସୁଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୧୬ ହଜାର ୦୫୧ ସଂକ୍ରମିତ ଚିହ୍ନଟ

ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦେଶରେ ଏବେ ଲଗାତାର ଭାବେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଭାରତରେ ୧୬ ହଜାର ୦୫୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୬ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଗତକାଲିଠାରୁ ୪୦୦ କମ୍ ଅଟେ। ସ୍ୱସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦେଶରେ ବର୍ତ୍ତମାନ ୨,୦୨,୧୩୧ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଦେଶରେ ଏବେ ଦୈନିକ ସଂକ୍ରମଣ ହାର ୧.୯ ରହିଥିବା ବେଳେ କରୋନା ମହାମରୀ ଆରମ୍ଭରୁ ଏପର୍ଯ୍ୟନ୍ତ ଦେଶରେ ୪,୨୧,୨୪,୨୮୪ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି।

ସେହିଭଳି ଦେଶର କେରୋନାକୁ ପ୍ରତିରୋଧ କରିବା ଲାଗି ଚାଲିଥିବା ଟିକା କରଣ ଗତକାଲି ସୁଦ୍ଧା ୧୭୫.୪୬ କୋଟି ଡୋଜରେ ପହଁଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତକାଲି ୮ ଲକ୍ଷ ୩୧ ହଜାର ୦୮୭ଟି ନମୁନା ପରୀକ୍ଷଣ କରାଯାଇଥିଲା । ଏପର୍ଯ୍ୟନ୍ତ ଦେଶରେ ୭୬.୦୧ କୋଟି ନମୁନା ପରୀକ୍ଷଣ କରାଯାଇ ସାରିଲାଣି ।

ଅନ୍ୟପଟେ ରାଜ୍ୟରେ ଆଜି 24 ଘଣ୍ଟାରେ 388 କରୋନା ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 86 କିଶୋର କିଶୋରୀ ରହିଥିବା ବେଳେ 226 କ୍ବାରେଣ୍ଟାଇନ ସେଣ୍ଟର ଓ 162 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 53ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 13, ବାଲେଶ୍ବରରୁ 11, ବରଗଡରୁ 9, ଭଦ୍ରକରୁ 5, ବଲାଙ୍ଗୀରରୁ ୭, ବୌଦ୍ଧରୁ 3, କଟକରୁ 21, ଦେବଗଡରୁ 5, ଢେଙ୍କାନାଳରୁ 11, ଗଜପତିରୁ 30, ଗଞ୍ଜାମରୁ 7, ଜଗତସିଂହପୁରରୁ7, ଯାଜପୁରରୁ 23, ଝାରସୁଗୁଡାରୁ 13, କଳାହାଣ୍ଡିରୁ 3, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 15, କେନ୍ଦୁଝରରୁ 8, କୋରାପୁଟରୁ 12, ମାଲକାନଗିରିରୁ 3, ମୟୂରଭଞ୍ଜରୁ 20 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ 8, ନୟାଗଡରୁ 13, ନୂଆପଡାରୁ 8, ପୁରୀରୁ 3, ରାୟଗଡାରୁ 20, ସମ୍ବଲପୁରରୁ 24, ସୁନ୍ଦରଗଡରୁ 16 ଓ ଷ୍ଟେଟପୁଲରୁ 13 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 82,869ରେ ପହଞ୍ଚିଛି ।

Related Posts