ନୀତି ବିଭ୍ରାଟ, 28 ସେବାୟତଙ୍କୁ ନୋଟିସ୍‌

ଡିସେମ୍ବର 28ରେ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟ ଘଟଣାରେ 18 ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । 5 ଜଣ ଦ୍ବାରଫିଟା ପାଳିଆ ସେବାୟତ ଓ 13 ଧୂଳିଆ ସେବାୟତଙ୍କୁ ନୋଟିସ୍‌ କରିଛି ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରି 14 ତାରିଖରେ ସେମାନଙ୍କୁ ନୋଟିସ୍‌ ଜାରି କରାଯାଇଛି । 7ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି । ନୀତିରେ ବାଧା ସୃଷ୍ଟି କରିବା ଏବଂ ଭିତରଛଙ୍କୁ ଦ୍ବାର ନ ଖୋଲିବା ପାଇଁ ଉସୁକାଇବା ଅଭିଯୋଗରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଡିସେମ୍ବର 28ରେ ମହାପ୍ରଭୁ 12 ଘଣ୍ଟା ଧରି ଉପାସ ରହିଥିଲେ । ଦିନ ସାରା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା ।

Comments are closed.