
କ୍ରିକେଟରୁ ଅବସର ନେଲେ ନ୍ୟୁଜିଲାଣ୍ଡ ଖେଳାଳି ରସ ଟେଲର | ଏନେଇ ସେ ଘୋଷଣା କରିଛନ୍ତି | ବିଶ୍ବ ଚାମ୍ପିୟନସିପରେ ଟେଲରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି । ୧୭ ବର୍ଷର ଅବିଶ୍ବସନୀୟ ଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।