ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦ଜିଲ୍ଲାକୁ ଗଲା ବାଲଟ୍ ପେପର

ଆଗକୁ ପଞ୍ଚାୟତ ନିର୍ବାଚନ | ଏନେଇ ପ୍ରଥମ ପର୍ଯ୍ୟାୟରେ ୧୦ଜିଲ୍ଲାକୁ ବାଲଟ ପେପର ପଠାଯାଇଛି । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତ ସଭ୍ୟଙ୍କ ପାଇଁ ବାଲଟ ପେପର ପଠାଯାଇଛି । ଅକ୍ଷର ଅନୁସାରେ ଏହି ସବୁ ବାଲାଟ ପେପରକୁ ଜିଲ୍ଲା ପଠାଯାଇଛି । ଆସନ୍ତାକାଲି ଓ ୨୧ ତାରିଖରେ ବାକି ୨୦ଟି ଜିଲ୍ଲାକୁ ବାଲଟ ପେପର ପଠାଯିବ ।

ସେପଟେ, ପ୍ରଥମ ଦିନରେ ମୋଟ୍ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲର ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଜଣେ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୨୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ସେପଟେ ରାଜନୈତିକ ସ୍ତରରେ ଚାଲିଥିବା ଛକାପଂଝା ଓ ଅନେକ ଆଶାୟୀ ରାଜନୈତିକ ଦଳଙ୍କ ଚିନ୍ତା ବଢାଇ ଦେଲେଣି ।

Related Posts