ପଞ୍ଚାୟତ ନିର୍ବାଚନ: ସରିଲା ସର୍ବଦଳୀୟ ବୈଠକ: ଶାସକ ଦଳର ହଁ ଓ ବିରୋଧୀଙ୍କ ନା

ଆଗକୁ ପଞ୍ଚାୟତ ନିର୍ବାଚନ ହେବା କୁ ଥିବା ବେଳେ ଆଜି ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି | ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନକୁ ନେଇ ସବୁ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଶାସକ ଦଳ ବିଜେଡ଼ି ନିର୍ବାଚନ କରିବା ଲାଗି ମତ ରଖିଥିବା ବେଳେ ବିରୋଧୀ ଦଳ ଭିନ୍ନ ମତ ଦେଇଛନ୍ତି।

ଶାସକ ଦଳ ଗାଇଡଲାଇନ ଅନୁଯାୟୀ ନିର୍ବାଚନ କରିବା ଲାଗି ମତ ପୋଷଣ କରିଥିବା ବେଳେ, ଆଉ ୩ ମାସ ପରେ ନିର୍ବାଚନ କରାଇବାକୁ ଭାରତୀୟ ଜନତା ପାର୍ଟି ମତ ରଖିଛି। ସେହିଭଳି ଏହି ପରିସ୍ଥିତିରେ ନିର୍ବାଚନ କରିବା ସପକ୍ଷରେ କଂଗ୍ରେସ ନାହିଁ। କରୋନାର ତୃତୀୟ ଲହରୀ ମଧ୍ୟରେ ନିର୍ବାଚନ ନକରିବାକୁ ଦଳ ଦାବି କରିଛି । ସେପଟେ ଓବିସି ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇଥିଲେ। ଯେପର୍ଯ୍ୟନ୍ତ ଏହାର ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରଖିବାକୁ ବିରୋଧୀ ଦଳ ଦାବି କରିଛି।

ତେବେ ଏହି ବୈଠକ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ନିର୍ବାଚନ କମିଶନରଙ୍କ ଗାଇଡଲାଇନ ଅନୁଯାୟୀ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ପାଢି କହିଛନ୍ତି। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ସୂଚନା ପରେ ନିର୍ବାଚନ ହେବା ନେଇ ସଙ୍କେତ ମିଳୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ଲାଗି ଖୁବ ଶୀଘ୍ର ନିର୍ବାଚନ କମିଶନର ଏକ ଗାଇଡ ଲାଇନ ଜାରି କରିପାରନ୍ତି |

Related Posts