ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଦୁର୍ଗାପୁରରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ପୁରୁଷ ବନ୍ଧୁଙ୍କୁ ସାତ ଦିନିଆ ରିମାଣ୍ଡରେ ନେଲେ ଦୁର୍ଗାପୁର ପୋଲିସ । ସାତ ଦିନରେ ପୋଲିସ ଆଗରେ ସତ ଉଗାଳିବ ପୁରୁଷ ବନ୍ଧୁ ଓ୍ୱାସିଫ୍ ଅଲୀ । ଆଜିଠାରୁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ ନେଇ ତଦନ୍ତ ଆରମ୍ଭ କରିବ ଦୁର୍ଗାପୁର ପୋଲିସ ବୋଲି ସୂଚନା ମିଳିଛି । ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଡଃ ସି .ଭି ଆନନ୍ଦ ବୋଷଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭେଟି ଘଟଣାର ବିସ୍ତୃତ ଆଲୋଚନା କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଓଡ଼ିଶା ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୁଲିସ । ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୋଲିସ ବାନ୍ଧିବା ପରେ ବି ଛାତ୍ରୀଙ୍କ ସହ କଣ ଘଟିଥିଲା ତା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ଦୁର୍ଗାପୁର ପୋଲିସ୍ । ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ସେପଟେ ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।





