
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ପଶି ହମ୍ଲା ପରେ ବିଶ୍ୱକୁ ଜଣାଇଲା ଭାରତ । ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି । ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା ।
ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ । ଆମେରିକା, ବ୍ରିଟେନ୍, ରୁଷିଆ, ସାଉଦି ଆରବକୁ ଜଣାଇଛି । ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ୍ ।