ପାଟକୁରାରୁ ବିଜୟ

ବିଜେପି ପ୍ରାର୍ଥୀ ଘୋଷଣା

ଆଜି ବିଜେପି ୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଶେଷରେ ବିଜେପି ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରା ଆସନରୁ ଟିକେଟ ମିଳିଛି । ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେପି ଇଂ.ବିଶ୍ୱେସର ଟୁଡୁଙ୍କ ନାମ ଘୋଷଣା କରିଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ସେଠୀ ଓ ଯାଜପୁରରୁ ଅମୀୟ ମଲ୍ଲିକଙ୍କୁ ଟିକେଟ ପ୍ରଦାନ କରିଛନ୍ତି ।

ସେହିପରି ଆନନ୍ଦପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ଆଲୋକ ସେଠୀଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ରାଇରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ନୀଳଗିରିରୁ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ।

ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢୀ, ଆଠଗଡ଼- ବ୍ରଜେନ୍ଦ୍ର ରାୟ, ପାଟକୁରାରୁ ବିଜୟ ମହାପାତ୍ର, ମହାକାଳପଡ଼ାରୁ ବିଜୟ ପ୍ରଧାନ, ପୁରୀରୁ ଜୟନ୍ତ ଷଡ଼ଙ୍ଗୀ ଓ ଭୁବନେଶ୍ୱର ଉତର ଆସନରୁ ଅପରାଜିତା ମହାନ୍ତିଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଗତଥର କଂଗ୍ରେସରୁ ଲୋକସଭା ପାଇଁ ଭାବେ ଛିଡ଼ା ହୋଇ ହାରିଥିବା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ଭରସା କରି ଟିକେଟ ଦେଇଛି ।

Leave A Reply

Your email address will not be published.