ପୁଅ ପାଇଁ ଦେଶ ଛାଡ଼ିଲେ ଫିଲ୍ମ ଅଭିନେତା ଆର ମାଧବନ

ପରିବାର ସହ ସବୁଦିନ ପାଇଁ ଦୁବାଇ ସିଫ୍ଟ ହୋଇଗଲେ ବଲିଉଡର ପରଫେକ୍ଟ ’ଫ୍ୟାମିଲି ମ୍ୟାନ୍‌ ଆର ମାଧବନ । ନିଜ ପୁଅର ସ୍ୱପ୍ନ ପୂରଣ କରିବାକୁ ଦେଶ ଛାଡ଼ି ଦୁବାଇ ପଳାଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।

ମାଧବନଙ୍କ ପୁଅ ଖୁବ୍‌ ଭଲ ସୁମିଂ କରୁଥିବା ବେଳେ ଜଣେ ଜାତୀୟ ସ୍ତରର ଖେଳାଳୀ। ଏଥିଯୋଗୁ ଖୁବ୍‌ କମ୍‌ ବୟସରୁ ସେ ବହୁ ମେଡାଲ ବି ହାତେଇ ସାରିଛନ୍ତି। ମାଧବନଙ୍କ ପୁଅ ବେଦାନ୍ତ ଜିତିଥିବା ୭ଟି ପଦକ ମଧ୍ୟରୁ ୪ଟି ରୌପ୍ୟ ହୋଇଥିବା ବେଳେ ୩ଟି ବ୍ରୋଞ୍ଜ। ସେ ୮୦୦ ମିଟର ଫ୍ରୀଷ୍ଟାଇଲ୍‌, ୧୫୦୦ ମିଟର ଫ୍ରୀଷ୍ଟାଇଲ୍‌, ୪ ଗୁଣା ୧୦୦ ଫ୍ରୀଷ୍ଟାଇଲ୍‌ ରିଲେ ଓ ୪ ଗୁଣା ୨୦୦ ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ଫ୍ରୀଷ୍ଟାଇଲ୍, ୨୦୦ ମିଟର ଫ୍ରୀଷ୍ଟାଇଲ ଓ ୪୦୦ ମିଟର ଫ୍ରୀଷ୍ଟାଇଲ୍ ସ୍ୱିମିଂରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।

୨୦୨୬ରେ ହେବାକୁ ଥିବା ଅଲମ୍ବିକ ଉପରେ ମାଧବନଙ୍କ ପୁଅ ବେଦାନ୍ତଙ୍କ ଆଖି । ଏଥିନିମନ୍ତେ ସେ ପ୍ରସ୍ତୁତି ଜୋରଦାର ଆରମ୍ଭ କରି ଦେଇଥିବା ବେଳେ ବାଧା ସାଜିଛି କରୋନା। ଏପରି ସମୟରେ ମୁମ୍ବାଇରେ ଅଧିକାଂଶ ଭଲ ସୁଇମିଂ ପୁଲ୍‌ ବନ୍ଦ ଥିବା ବେଳେ ପ୍ରାକଟିସରୁ ବଞ୍ଚିତ ହେଉଛନ୍ତି ବେଦାନ୍ତ । ତେଣୁ ପୁଅ ଇଚ୍ଛା ପୂରଣ କରିବା ପାଇଁ ଦୁବାଇ ସିଫ୍ଟ ହୋଇଗଲେ ମାଧବନ । ସେଠାରେ ଖୁବ୍‌ ଭଲ ସୁଇମିଂ ପୁଲ ଥିବା ବେଳେ ଭଲ କୋଚଙ୍କ ତତ୍ତ୍ୱାବଧାନରେ ପ୍ରାକ୍ଟିସ ହୋଇପାରିବ ବୋଲି ସେ କହିଛନ୍ତି।

Related Posts