ପୁଣିଥରେ ଏନ୍ ଚନ୍ଦ୍ରଶେଖରଙ୍କୁ ମିଳିଲା ଟାଟା ସନ୍ସର ଚେୟାରମ୍ୟାନ୍ ଦାଇତ୍ୱ

ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍ ଭାବେ ପୁଣିଥରେ ନିର୍ବାଚିତ ହେଲେ ନଟରାଜ ଚନ୍ଦ୍ରଶେଖର | ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରାଯାଇଛି | ପୁଣି ଥରେ ଦାଇତ୍ୱ ଗ୍ରହଣକରିବା ପରେ ତାଙ୍କ କାର୍ଯ୍ୟକାଳ ଆହୁରି ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।

ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଟ୍ରଷ୍ଟଗୁଡିକ ଟାଟା ସନ୍ସରେ ୬୬ ପ୍ରତିଶତ ଅଂଶଧନ ଧାରଣ କରିଛନ୍ତି । ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଟାଟା ସନ୍ସ ଲିମିଟେଡ୍, ହୋଲଡିଂ କମ୍ପାନୀ ତଥା ୧୧୦ବିଲିୟନ ଡଲାରର ଟାଟା ଗ୍ରୁପ୍‌ର ପ୍ରମୋଟର ଭାବରେ ନଟରାଜ ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ।

ଫେବୃଆରୀ ୧୧, ୨୦୨୨ରେ ଅନୁଷ୍ଠିତ ହୋଇଥିବା ବୈଠକରେ ଟାଟା ସନ୍ସ ବୋର୍ଡ ଗତ ପାଞ୍ଚ ବର୍ଷର ସମୀକ୍ଷା କରିଥିଲା । ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତିକୁ ବିଚାର କରିଥିଲା । ୨୦୧୭ରେ ପ୍ରଥମ ଥର ପାଇଁ ଏନ ଚନ୍ଦ୍ରଶେଖର ଟାଟା ସନ୍ସ୍ର ଚେୟାରମ୍ୟାନ୍ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦ ଫେବୃଆରୀ ୨୦୨୨ ରେ ଶେଷ ହେବ ।

ବୋର୍ଡର ସଦସ୍ୟମାନେ କାର୍ଯ୍ୟରତ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ । ଆଗାମୀ ୫ବର୍ଷ ପାଇଁ କାର୍ଯ୍ୟରତ ଅଧ୍ୟକ୍ଷ ଭାବେ ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତିକୁ ସର୍ବସମ୍ମତି କ୍ରମେ ଅନୁମୋଦନ ଦିଆଯାଇଛି । ଏନେଇ ଚନ୍ଦ୍ରଶେଖରନ୍ ବେଶ ଖୁସି ଥିବା କହିଛନ୍ତି |

Related Posts