
ବଲିଉଡକୁ ପୁଣି ଥରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି କପିଲ ଶର୍ମା । ତାଙ୍କ ହାତରେ ଏବେ ଲାଗିଛି ଏକ ବଡ଼ ପ୍ରୋଜେକ୍ଟ । ବଲିଉଡର ଭେଟେରାନ ଅଭିନେତ୍ରୀଙ୍କ ସହ କାମ କରିବାର ସୁଯୋଗ ପାଇବେ କପିଲ୍। ଏନେଇ ଜଣାଶୁଣା ଚଳଚ୍ଚିତ୍ର ସମାଲୋଚକ ତାରନ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ତାରନ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ, କପିଲ ଶର୍ମା ପୁନର୍ବାର ଅଭିନୟରେ ପ୍ରବେଶ କରିବାକୁ ଯାଉଛନ୍ତି। କପିଲ ଶର୍ମା ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ଏକ ଡ଼େଲିଭରୀ ବୟ ଭୂମିକାରେ ଅଭିନୟ କରିବେ ।
ଏହି ଚଳଚ୍ଚିତ୍ରର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ଶାହାନା ଗୋସ୍ୱାମୀ ଏହି ଚଳଚ୍ଚିତ୍ରରେ କପିଲ ଶର୍ମାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ।
ଏହି ପୋଷ୍ଟ ସହିତ ତାରନ୍ ଆଦର୍ଶ ମଧ୍ୟ ଏକ ସେଲଫି ସେୟାର କରିଛନ୍ତି ସେଲଫିରେ ନନ୍ଦିତା ଦାସଙ୍କ ବ୍ୟତୀତ କପିଲ ଶର୍ମା, ଗିନ୍ନି ଛତରଥ ମଧ୍ୟ ନଜର ଆସିଥିଲେ ।