ପୁରୀ ଶରଧାବାଲିରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏଥିରେ ସମ୍ମିଳିତ ଶ୍ରଦ୍ଧାଳୁ ତଥା ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଛନ୍ତି | ଏଥିସହ ଭାରତର ସନାତନ ଧର୍ମ ତଥା ଗୌଡୀୟ ସମ୍ପ୍ରଦାୟର ମହିମା ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ରାଷ୍ଟ୍ରପତି ।
ଏହି ଅବସରରେ ରାଷ୍ଟ୍ରପତି ଭାରତ ବର୍ଷକୁ ତଥା ଉକ୍ରଳକୁ ଆଧ୍ୟାମିôକ ଏକତାର ଏକ ଜ୍ୱଳନ୍ତ ନିଦର୍ଶନ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ସେ ନାମ ସଙ୍କିର୍ତ୍ତନର ପୁରୋଧା ତଥା ଭକ୍ତି ଆନ୍ଦୋଳନର ପୃଷ୍ଠପୋଷକ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନ୍ଦଙ୍କ ଭକ୍ତି ଗାଥାକୁ ଉଜାଗର କରିଥିଲେ ।
ପୁରୀର ଗୌଡୀୟ ମଠ ବୁଲିବା ପରେ ଏହି ସମ୍ମଳିନୀର ଉଦଘାଟନ କରିଥିଲେ ରାମନାଥ କୋବିନ୍ଦ । ସେଠାରେ ଚକୁର୍ଦ୍ଧା ମୂର୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଛନ୍ତି । ଏଠାରେ ଆଳତୀ ଓ ପୁଷ୍ପାଞ୍ଜଳି ଦେଇଥିଲେ । ତେଣୁ ମଠ ଓ ମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ସାଜସଜ୍ଜା କରାଯାଇଛି ।
ସୂଚନାଯୋଗ୍ୟ, ସାଢ଼େ ଦଶଟାରେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିଥିଲେ । ମଠ ଆରଧ୍ୟା ଦେବତାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପର୍ବରେ ରାଷ୍ଟ୍ରପତି ସାମିଲ ହୋଇଛନ୍ତି । ସେଠାରୁ ୧୦ଟା୫୦ରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହୋଇଛନ୍ତି । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ।





