ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ କେଉଁ କାମ ପାଇଁ ନବୀନ ତାଙ୍କୁ ୨୦୧୯ ରେ ଟିକେଟ ଦେବେ ?

ବଜେଟ୍ ବାବଦରେ କହୁ କହୁ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ପରଦା ଖୋଲି ଦେଲେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ । ଚଳିତ ବର୍ଷର ବଜେଟ୍ କେବଳ ଫଣ୍ଡ ରେଜିଂ ପାଇଁ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ପୂର୍ତ୍ତ ବିଭାଗର ଅର୍ଥ ବରାଦରୁ ସ୍ପଷ୍ଟ ଯେ ଏହା କେବଳ ବିଜେଡି ପାଇଁ ପିସି ଆଦାୟ କରିବା ପଂଚାନନ ବାବୁ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ, ଅବସର ପରେ ମଧ୍ୟ ନଳିନୀ ପ୍ରଧାନଙ୍କୁ Extension ଦେଇ ପୁଣି ଥରେ ପୂର୍ତ୍ତ ବିଭାଗର ସଚିବ ଭାବରେ ରଖାଯିବାର ଉଦ୍ଦେଶ୍ୟ ହେଉଛି ପିସି ଆଦାୟ । ବାବୁ ନଳିନୀ ପ୍ରଧାନ କେବଳ ପିସି ଆଦାୟ କରୁଛନ୍ତି ଏବଂ ପିସି ଆଦାୟ ଠିକ୍ ଭାବରେ କଲେ ୨୦୧୯ରେ ନବୀନ ବାବୁ ତାଙ୍କୁ ନିର୍ବାଚନରେ ଟିକେଟ ଦେବେ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ପଂଚାନନ କାନୁନଗୋ । ଏଥି ସହିତ ସିଏଜି ପୂର୍ତ୍ତ ବିଭାଗର ବିଜୁ ସେତୁ ଯୋଜନାର କରନ୍ତୁ ବୋଲି ଦାବୀ କରିଛନ୍ତି ।

Comments are closed.