ପୋଲାଣ୍ଡ ଗଲେ ୩ ହଜାର ଆମେରିକୀୟ ସୈନିକ

ଦିନକୁ ଦିନ ୟୁକ୍ରେନ ସଙ୍କଟ ବଢୁଥିବା ବେଳେ, ଏହାରି ମଧ୍ୟରେ ଚାଲ ଖେଳିଛି ଆମେରିକା | ଆଜି ଆମେରିକା ଓ ଋଷ ରାଷ୍ଟ୍ରପତି ଙ୍କ ମଧ୍ୟରେ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବା ବେଳେ, ଏହା ପୂର୍ବରୁ ଆମେରିକା ୟୁକ୍ରେନ ନିକଟସ୍ଥ ନାଟୋ ଦେଶକୁ ୩ ହଜାର ସୈନ୍ୟ ପଠାଇଛି | ପୂର୍ବରୁ ପୋଲାଣ୍ଡରେ ଆମେରିକାର ୧୭୦୦ ସୈନିକ ଥିବା ବେଳେ, ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷ ଆକ୍ରମଣ ନେଇ ନାଟୋ ଦେଶ ଚିନ୍ତିତ ଅଛନ୍ତି । ତେଣୁ ଆମେରିକା ନାଟୋ ସହଯୋଗୀ ଦେଶଙ୍କୁ ସାମରିକ ଶକ୍ତି ଯୋଗାଉଛି ।

ପେଣ୍ଟାଗନର ସୂଚନା ଅନୁସାରେ, ୩ ହଜାର ସୈନିକଙ୍କୁ ପୋଲାଣ୍ଡ ପଠାଯାଉଛି । ଏହି ସୈନିକମାନେ ଉତ୍ତର କେରାଲିନାରେ ନିୟୋଜତ ଅଛନ୍ତି । ସମସ୍ତ ସୈନିକ ୟୁଏସ ୮୨ ଏୟାରବର୍ଣ୍ଣ ଡିଭିଜନର ଅଟନ୍ତି ।

ୟୁଏସ ସ୍ପଷ୍ଟ କରିଛି ଯେ, ସୈନିକମାନେ ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଥିବା ସମ୍ଭାବିତ ଯୁଦ୍ଧରେ ସାମିଲ ହେବେ ନାହିଁ । ସେମାନେ କେବଳ ନାଟୋ ଦେଶ ସୈନ୍ୟଙ୍କୁ ଟ୍ରେନିଂ ଦେବେ । ପୋଲାଣ୍ଡର ସୀମା ୟୁକ୍ରେନ ଓ ଋଷ ସହ ଲାଗିଥିବାରୁ ଅଧିକ ସଙ୍କଟ ରହିଛି ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ଭାବିତ ଯୁଦ୍ଧକୁ ନେଇ ଚିନ୍ତିତ ଅଛନ୍ତି । ସେ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ |

Related Posts