ପୋଲିସ୍‌ ଉପରକୁ ବୋମା ଫିଙ୍ଗିଲେ ଲୁଟେରା

ଭଦ୍ରକ ଜିଲ୍ଲା ମତୋରେ ଏଟିଏମ୍‌ ଲୁଟେରାଙ୍କ ଦୌରାତ୍ମ୍ୟ । ବୋମା ପକାଇ ଏଟିଏମ୍‌ ଲୁଟିବାକୁ ଉଦ୍ୟମ କରିବା ସହ ପୋଲିସ୍‌ ଉପରକୁ ମଧ୍ୟ କରିଛନ୍ତି ବୋମା ମାଡ଼ । ଘଟଣା ଘଟିଛି ମତୋ ଫାଣ୍ଡିଠାରୁ ୨୦୦ମିଟର ଦୂରରେ । ସେଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ଏଟିଏମ୍‌ରୁ ଗତ ରାତିରେ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିଲେ ।

ସୋମବାର ବିଳମ୍ବିତ ରାତିରେ ୫ରୁ ୬ ଜଣ ଲୁଟେରା ଏଟିଏମ୍‌ ଉପରକୁ ୭ରୁ ୮ଟି ବୋମା ପକାଇଥିଲେ । ଫଳରେ ଏଟିଏମ୍‌ଟି ଭାଙ୍ଗି ଚୁରମାର୍ ହୋଇଯାଇଥିଲା । ଶବ୍ଦ ଶୁଣି ପାଖରେ ଥିବା ଦୋକାନୀ ଉଠି ପଡ଼ିବାରୁ ତାକୁ ବନ୍ଧୁକ ଦେଖାଇ ଧମକ୍ ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମତୋ ଫାଣ୍ଡି ପୋଲିସ୍ । ଲୁଟେରାମାନେ ପୋଲିସ୍‌ ବାହିନୀ ଉପରକୁ ବି ବୋମା ପକାଇଥିଲେ । ଲୁଟେରାଙ୍କୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଯାଞ୍ଚ ଚଳାଇଛି । ତେବେ ଏଟିଏମ୍‌ରୁ ଲୁଟ୍‌ ହୋଇଛି କି ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

Comments are closed.