ବିସିସିଆଇ ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୫ଶ ସଂସ୍କରଣ ପାଇଁ ମେଗା ଆକ୍ସନ ଆୟୋଜନ କରିବ। ଆସନ୍ତା ଫେବୃଆରୀ ୭ ଓ ୮ ତାରିଖରେ ଆୟୋଜିତ ହେବ ଏହି ସଂସ୍କରଣ । ବେଙ୍ଗାଲୁରୁରେ ଆଇପିଏଲର ମେଗା ଅକ୍ସନ୍ ହେବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ତେବେ ଆନୁଷ୍ଠାନିକ ଭାବେ ବିସିସିଆଇ ତରଫରୁ ଅକ୍ସନ୍ ପାଇଁ ତାରିଖ ଘୋଷଣା କରାଯାଇନାହିଁ।
ବୋର୍ଡର ଏହି ଅଧିକାରୀ ଜଣକ ନିଜ ନାଁ ଗୁପ୍ତ ରଖି କହିଛନ୍ତି, କରୋନା ମହାମାରୀ କାରଣରୁ ଖରାପ ସ୍ଥିତି ନଥିବାରୁ ଆଇପିଏଲର ମେଗା ଅକ୍ସନ ଭାରତରେ ହେବ। ଦୁଇଦିନ ଧରି ହେବାକୁଥିବା ନିଲାମ ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ବିସିସିଆଇ ଜୋରସୋରରେ ପ୍ରସ୍ତୁତି ଚଳାଇଛି।