ଫ୍ରେବୃଆରୀରେ ଆସିବ ତୃତୀୟ ଲହର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ !

କରୋନା ନୂଆ ଭାରିଏଣ୍ଟ ଓମିକ୍ରନ କୁ ନେଇ ଚିନ୍ତା ବଢୁଥିବା ବେଳେ, ଫେବୃଆରୀ ରେ ତୃତୀୟ ଲହର ଆସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପ୍ରଥମ ଓ ଦ୍ୱିତୀୟ ଲହର ଦୁଇମାସ ବିଳମ୍ବରେ ଆସିଥିବା ବେଳେ, IMCRର ଆକଳନ ଆନୁସାରେ ଯଦି ତୃତୀୟ ଲହର ଆସେ । ଖୁବ୍ ଶୀଘ୍ର ଓଡିଶା ଆସିବ । ଫେବୃଆରୀରେ ଏହା ପିକ୍ ନେଇ ପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏଥିପାଇଁ ରାଜ୍ୟରେ ଟିକାକରଣ, ଟ୍ରିଟମେଣ୍ଟ, ଟେଷ୍ଟି ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ସଂକ୍ରମିତଙ୍କ ଟ୍ରିଟମେଣ୍ଟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Related Posts