ବଢୁଛି ବିଜେଡି, ବିଗୁଡୁଛି ଓଡିଶା

ନବୀନ ବାବୁଙ୍କ ସରକାରରେ ପିସିର କମାଲ । ଘରୋଇ ବ୍ୟବସାୟିକ ସଂସ୍ଥାଙ୍କ ପାଇଁ ଆଦିବାସୀଙ୍କ ଉପରେ ଗୁଳି ଚଳାଇ ରାତାରାତି ହଜାର ହଜାର ଏକର ଜମି ଅଧିଗ୍ରହଣ କରିବାରେ ସମର୍ଥ ପ୍ରଶାସନ। ଏକ କେନ୍ଦ୍ର ସରକାରଙ୍କ ସଂସ୍ଥା ଯେଉଁଥିରେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ରୋଜଗାର ପାଇଥାନ୍ତେ,ତାହାପାଇଁ ମାତ୍ର ୧୨ ଏକର ଜମି ୩ ବର୍ଷ ପୁରିଗଲା ଦେଇପାରିଲେ ନାହିଁ। କାରଣ ଦୁଇ ସରକାରୀ ସଂସ୍ଥା ମଧ୍ୟରେ ପିସି କାରବାରର ସୁଯୋଗ ନାହିଁ। ଏ ସଂପର୍କରେ ରାଜ୍ୟସରକାରଙ୍କ ମୁଖା ଖୋଲିଛି ସତ୍ୟପାଠ। ୨୦୧୬ ରେ ପିସି ବାବଦରେ ମଖ୍ୟମନ୍ତ୍ରୀ ନବୀନବାବୁଙ୍କ ଆକଳନ ଶତପ୍ରତିଶତ ଠିକ୍ ଥିଲା। ପିସି ଯେ କେତେ ମାରାତ୍ମକ ଏବଂ ଏହାର  ପ୍ରଭାବ ଯେ କେତେ କ୍ଷତିକାରକ ତାର ଆଉ ଏକ ପ୍ରମାଣ ଲାଗିଛି ସତ୍ୟପାଠ ହାତରେ।

ରାଜ୍ୟ ସରକାର ଆଇଟି କ୍ଷେତ୍ରରେ ଉଦ୍ୟୋଗର ବିକାଶ କରିବା ସହ ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ  ପାଇଁ ନିଯୁକ୍ତିର ସଂଭାବନା ସୃଷ୍ଟି କରୁଛନ୍ତି କି ନାହିଁ,ଧୂମ୍ ପ୍ରଚାର ଚଲାଇଛନ୍ତି। DIGITAL ODISHA, MAKE IN ODISHA,YOUTH POLICY, ନିଯୁକ୍ତି ମିଶନ ଆଦି ଯୋଜନା ଚଲାଇଥିବା କହୁଛନ୍ତି କିନ୍ତୁ ଯଦି ପିସି କାରବାର ନାହିଁ ତାହେଲେ ସବୁ ବେକାର ।

୨୦୧୪ ମସିହାରେ ୪ର୍ଥ ଥର ପାଇଁ ସରକାରକୁ ଆସିବା ପରେ ସପ୍ଟଓ୍ବାର ଟେକନୋଲୋଜି ପାର୍କ of india (STPI)ର କେନ୍ଦ୍ର ଖୋଲିବାପାଇଁ କେନ୍ଦ୍ର ସଂଚାର ଓ ପ୍ରଯୁକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏ ନେଇ ବିଭାଗୀୟ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉତ୍ତର  ୧୨.୦୧.୨୦୧୬ ରେ କେନ୍ଦ୍ରସରକାର ୪ଟି ଏସଟିପିଆଇ କେନ୍ଦ୍ର ଅନୁଗୁଳ,ଯାଯପୁର,ସମ୍ବଳପୁର,ଓ କୋରାପୁଟ ଠାରେ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଥିଲେ। କିନ୍ତୁ କିଛି ସର୍ତ୍ତ ରଖିଥିଲେ । ସର୍ତ୍ତ ଗୁଡିକ ମଧ୍ୟରେ ପ୍ରତି ପ୍ରକଳ୍ପ ପାଇଁ ୩ଏକର ଜାଗା,୨୦୦୦୦ ବର୍ଗଫୁଟ ବିଲଡଅପ,ନହେଲେ ପାଞ୍ଚ କୋଟି ଟଙ୍କା। ଏନେଇ ୫.୧୧.୨୦୧୬ ରେ ଏସଟିପିଆଇ ଓ ରାଜ୍ୟସରକାରର ସୂଚନା ଓ ପ୍ରଯୁକ୍ତି ବିଭାଗ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା।

ବେକାରୀ ସମସ୍ୟାକୁ ନେଇ ଓଡିଶା ସରକାରଙ୍କ ଆନ୍ତରିକତାକୁ ସମାଲୋଚନା କରିଛି ପ୍ରଦେଶ କଂଗ୍ରେସ। ଖବରଦାତା ସମ୍ବିଳନୀରେ ପିସିସି ମିଡିଆସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ୪ଟି ନୂତନ ସପ୍ଟଓ୍ବୟାର ଟେକ୍ନୋଲୋଜି  ପାର୍କ ପ୍ରତିଷ୍ଠା ଅନ୍ଧାରରେ ପଡିଛି। ଭାରତ ସରକାରଙ୍କ ଏସଟିପିଆଇ ମହାନିର୍ଦ୍ଦେଶକ ୧୨.୦୧.୨୦୧୬ ରେ ୪ଗୋଟି ଏସଟିପିଆଇ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିଲେ। ଏସଟିପିଆଇ କେନ୍ଦ୍ର ପାଇଁ ରାଜ୍ୟ ସରକାର ଯାଗା ଚିହ୍ନଟ କଲେ ସତ କିନ୍ତୁ ଆଜି ପର୍ଯ୍ୟାନ୍ତ ସ୍ଥାନର ଉନ୍ନତିକରଣ ଓ ଜମି ହସ୍ତାନ୍ତର କରି ନାହାନ୍ତି ଫଳରେ ଏସଟିପିଆଇ କାମ ଆରମ୍ଭ କରୁନାହିଁ। ଯଦି ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ସାରିଥାନ୍ତେ ତେବେ ରାଜ୍ୟର ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ। ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି ଏସଟିପିଆଇ ପ୍ରକଳ୍ପ କାମରେ ରାଜ୍ୟସରକାରଙ୍କୁ ପିସି ନ ମିଳିବାରୁ ଜାଣିଶୁଣି ପ୍ରକଳ୍ପକୁ ବିଳମ୍ବିତ କରାଯାଉଛି। ଯଦି କୌଣସି ଘରୋଇ କମ୍ପାନୀ ସହିତ ଚିକ୍ତିନାମା ହୋଇଥିଲେ ରାଜ୍ୟ ସରକାର ସାଧାରଣ ଜନତାଙ୍କ ଉପରକୁ ଗୁଳି ଚଲାଇବାକୁ ବି ପଛାଇ ନଥାନ୍ତେ।

Comments are closed.