ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତକୁ ଫେରିଲେ ୨୧୦ କ୍ୟାଡର୍ ମାଓବାଦୀ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପସ୍ଥିତିରେ ସମ୍ବିଧାନ ଧରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସମସ୍ତ କ୍ୟାଡର୍ଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ଦିନରେ ୨୧୦ ନକ୍ସଲଙ୍କ ଆତ୍ମସର୍ମପଣ ମାଓବାଦୀ ଇତିହାସରେ ପ୍ରଥମ ଘଟଣା। ଏତେ ସଂଖ୍ୟକ ନକ୍ସଲ ସଂଗଠନ ଛାଡ଼ିବା ପରେ ଛତିଶଗଡ଼ ଉତ୍ତର-ପଶ୍ଚିମ ବସ୍ତର ମାଓ ଡିଭିଜନ୍ ମୂଳପୋଛ ହୋଇଯାଇଛି।





