
“ବିଗ୍ ବସ୍-୧୫” ଶେଷ ହୋଇଛି | ଏହାରି ମଧ୍ୟରେ ଗତ କାଲି ଫିନାଲେ ଥିବା ବେଳେ, ବିଜୟ ଲାଭ କରିଛନ୍ତି
ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ | ଗତକାଲି ପ୍ରସାରିତ ହୋଇଥିବା ଚଳିତ ସିଜନର ଗ୍ରାଣ୍ଡ୍ ଫିନାଲେରେ ତେଜସ୍ୱୀଙ୍କୁ ହୋଷ୍ଟ ସଲମାନ ଖାନ୍ ବିଜୟୀ ଘୋଷଣା କରିଥିଲେ। ଶୋ’ର ବିଜେତା ଭାବେ ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଗୋଲ୍ଡେନ ଟ୍ରଫି ପ୍ରଦାନ କରାଯାଇଛି।
ପ୍ରତୀକ ସେହଜପାଲ ପ୍ରଥମ ରନର ଅପ୍ ହୋଇଥିବା ବେଳେ କରନ କୁନ୍ଦ୍ରା ଦ୍ୱିତୀୟ ରନର ଅପ୍ ହୋଇଛନ୍ତି। ଗ୍ରାଣ୍ଡ ଫିନାଲେର ଆକର୍ଷଣ ଥିଲେ ବିଗ୍ ବସ୍ ସିଜନ ୧୩ର ଫେମ୍ ଶେହନାଜ ଗିଲ୍। ଏହି ଅବସରରେ ଶେହନାଜ ସିଜନ୍ ୧୩ର ବିଜେତା ଦିବଙ୍ଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେଇଥିଲେ। ଉଭୟ ସଲମାନ ଓ ଶେହନାଜ ସିଦ୍ଧାର୍ଥଙ୍କୁ ମନେ ପକାଇ ଭାବ ପ୍ରବଣ ହୋଇଥିଲେ।
ସୂଚନାଥାଉ କି, ଅଭିନେତ୍ରୀ ରୁବିନା ଦିଲୈକ ‘ବିଗ୍ ବସ୍ ୧୪’ର ବିଜେତା ହୋଇଥିଲେ। ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲେ। ଶୋ’ରେ ସେ ବେଶ୍ ଦମ୍ଦାର ପ୍ରଦର୍ଶନ କରିଥିଲେ। ଶୋ’ ଆରମ୍ଭରୁ ବିଭିନ୍ନ ଘଟଣାକୁ ନେଇ ସେ ଖୋଲାଖୋଲି ତାଙ୍କର ମତ ରଖୁଥିବା ଦେଖିବାକୁ ମିଳିଥିଲା।