ବିଜେଡି ଛାଡିଲେ ରବି

ସାଧାରଣ ନିର୍ବାଚନ ପାଖେଇ ଆସୁଛି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବାକି ରହିଛି ହାତ ଗଣତି କିଛି ଦିନ । ଏହା ପୂର୍ବରୁ ସବୁ ରାଜନୈତିକ ଦଳରେ ଟିକେଟ ବଣ୍ଟନ ଓ ନେତାଙ୍କ ମିଶ୍ରଣ ପର୍ବ ଜାରି ରହିଛି । ନିକଟରେ ଅନେକ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦଳୀୟ ଅସନ୍ତୋଷକୁ ନେଇ ବିଜେଡି ଛାଡ଼ିଥିବା ବେଳେ ଆଜି କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଆସନ୍ତା ୧୧ରେ ହେବେ ପ୍ରଥମ ପର୍ଯ୍ୟାୟ ମତଦାନ । ଏହାରି ପୂର୍ବରୁ ଅନେକ ଟାଣୁଆ ତଥା ବରିଷ୍ଠ ନେତା ବିଜେଡି ଛାଡୁଛାନ୍ତି । ସେହିପରି ଆଜି କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଦଳ ଛାଡ଼ିଛନ୍ତି । ଏହା ସହ ସେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିବା ପାଇଁ ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳୀୟ ଅସନ୍ତୋଷ କାରଣରୁ ବିଜେଡି ଛାଡ଼ିଥିବା ସେ ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରତି ଅବିଚାର ହୋଇଥିବା ରବି ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ କାକଟପୁର ପାଇଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତୁଷାରକାନ୍ତୀ ବେହେରା ଦଳ ଛାଡି ବିଜେଡି ସାମିଲ ହୋଇଥିଲେ । ଏବେ ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ଦଳ ଛାଡିଛନ୍ତି । ଏହାକୁ ଦେଖି ଏବେ କୁହାଯାଇ ପାରିବ ଯେ କାକଟପୁର ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି ।

Leave A Reply

Your email address will not be published.