ବିଜେପୁରରେ ବିଗ ଫାଇଟ

ନବୀନ Vs ସନତ Vs ରିପୁନାଥ

ବିଜେପରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସନତ ଗଡତିଆଙ୍କୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ସହ ନିର୍ବାଚନ ଲଢିବେ ।

ବିଜେପୁର ଉପନିର୍ବାଚନ ପୂର୍ବରୁ ସନତ ତାଙ୍କ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ୨୦୦୮ରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ବିଜେପିକୁ ଫେରି ଟିକେଟ ପାଇଛନ୍ତି ।

ବିଜେପୁର ନିର୍ବାଚନ ମଣ୍ଡଳୀ ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ସ୍ପଷ୍ଟ ହୋଇଛି ଚିତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନରେ ଟକ୍କର ଦେବେ ବିଜେପିର ସନତ ଗଡତିଆ ଓ କଂଗ୍ରେସର ରିପୁନାଥ ସେଠ । ପଶ୍ଚିମ ଓଡିଶାର ଏହି ଆସନରୁ ମୁଖ୍ୟମନ୍ତ୍ରୀ ଲଢୁଥିବାରୁ ଏହା ଉପରେ ସାରା ରାଜ୍ୟର ନଜର ରହିଛି ।

ଅନ୍ୟପଟେ ବିଜେପି ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀଙ୍କୁ ପୁଣି ପରିବର୍ତନ କରିଛି । ବିଜେଡିର ପୂର୍ବତନ ଭେଟେରାନ ନେତା ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ ପାଇଁ ନିଜର ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ଭରପୁର ସୁଯୋଗ ରହିଛି ।

ବିଜେପୁର ବିଧାନସଭା ଆସନ ପାଇଁ ସନତ ଗଡତିଆଙ୍କୁ ବିଜେପି ଟିକେଟ ମିଳିବା ପରେ ଏହି ବିଧାନସଭା ଆସନରେ ହେବ ଘମାଘୋଟ ଲଢେଇ । କାହିଁକି ନା ଚଳିତ ନିର୍ବାଚନରେ ବିଜେପୁର ଆସନରୁ ଲଢିବାକୁ ଖୋଦ ବିଜେଡି ସୁପ୍ରିମୋ ରଣହୁଙ୍କାର ଦେବାପରେ ଏବେ ଏଠାରେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ବିଜେଡି ସୁପ୍ରିମୋଙ୍କୁ ଚେକମେଟ ଦେବାକୁ କଂଗ୍ରେସ ରିପୁନାଥ ସେଠଙ୍କୁ ବାଛିଥିବା ବେଳେ ବିଜେପି ଏଠାରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ।

କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ରାଜନୈତିକ ଉଷ୍ମତା ବଢିଯାଇଛି । ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୁଦ୍ଧରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରିପୁନାଥ ସେଠଙ୍କୁ ନବୀନଙ୍କ ବିରୋଧରେ ଛିଡ଼ା କରିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢେଇ କରିବେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ । ପଶ୍ଚିମ ଓଡ଼ିଶାରୁ ପ୍ରଥମଥର ପାଇଁ ନିର୍ବାଚନ ଲଢିବେ ନବୀନ । ନିଜ ପାରମ୍ପାରିକ ହିଞ୍ଜିଳି ବିଧାନସଭା କ୍ଷେତ୍ର ସହ ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ନବୀନ ।

ସୂଚନାଯୋଗ୍ୟ ବିଜେପୁର ଉପନିର୍ବାଚନରେ କିନ୍ତୁ ରିପୁନାଥ ସେଠଙ୍କୁ ମିଳିନଥିଲା ଟିକେଟ । ବିଜେପୁର ଉପନିର୍ବାଚନରେ ରିପୁନାଥ ସେଠଙ୍କୁ ପ୍ରାର୍ଥୀ ନକରି ପ୍ରଣୟ ସାହୁଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ଆଉ ସେଠାରେ ଅମାନତ ହରାଇଥିଲେ ପ୍ରଣୟ ସାହୁ । ବିଜେପୁରରେ କଂଗ୍ରେସର ଗଡ଼ ହୋଇଥିଲେ ସୁଦ୍ଧା ହାତର ଭୋଟବ୍ୟାଙ୍କ ଚୁରମାର ହୋଇଯାଇଥିଲା ।

ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ କାର୍ଡ ଖୋଲିଥିବା ବେଳେ ବିଜେପି ମଧ୍ୟ ସନତ ଗଡତିଆଙ୍କ ଭଳି ଜଣେ ହେଭିୱେଟଙ୍କୁ ମଇଦାନକୁ ଓହ୍ଲାଇଛି । ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦବଦବା ଦେଖିବାକୁ ମିଳିଥିଲା । କଂଗ୍ରେସର ଗଡ଼ରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କର ଏକତରଫା ବିଜୟ ହୋଇଥିଲା । ୧୪ ବର୍ଷ ପରେ ଗଡ଼ ଅକ୍ତିଆର କରିଥିଲା ଶଙ୍ଖ । ମୁଖ୍ୟମନ୍ତ୍ରୀଙ୍କ ଦବଦବା ପାଇଁ ବିଜେଡ଼ି ହାସଲ କରିଥିଲା କଂଗ୍ରେସ ଗଡ଼ । କିନ୍ତୁ କିଏ ନବୀନଙ୍କୁ ଟକ୍କର ଦେବ ତାହା କେବଳ ସମୟ କହିବ ।

Comments are closed.