ବିଜୟଙ୍କ ଘରବାହୁଡ଼ା!

୨୦୧୯ ନିର୍ବାଚନ ଅତି ଜଟିଳ ହେବ

କିଛି ମାସ ତଳେ ବିଜେପି ଛାଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ମୁହଁ ଖୋଲିଛନ୍ତି । ଶନିବାର ତାଙ୍କ ସହ ବିଜେପି ଛାଡିଥିବା ଦିଲ୍ଲୀପ ରାୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ନେଇ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିଜୟ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତି ନେବାର ଅଧିକାର ଅଛି । ଦିଲ୍ଲୀପ ରାୟ ବିଜେଡ଼ିରେ ଯୋଗ ଦେଉଥିବାର ଚର୍ଚ୍ଚା ହେଉଥୁବା ବେଳେ ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ପକ୍ଷରୁ ଯୋଗାଯୋଗ କରାଯାଇଛି କି ବୋଲି ପ୍ରଶ୍ନର ଉତରରେ ତାଙ୍କ ସହ ବିଜେଡ଼ି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ବିଜେପିର କେତେକ ଶୁଭେଚ୍ଛୁ ନେତୃବୃନ୍ଦ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତାଙ୍କର ଏହି ପ୍ରତିକ୍ରିୟାରୁ ଜଣାପଡୁଛି ଯେ ସେ ପୁଣିଥରେ ଘରବାହୁଡା କରି ବିଜେପିକୁ ଫେରିବେ । ତେବେ ସେ ନିଜର ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବା ପରେ ଏ ନେଇ ନିଷ୍ପତି ନେବେ ବୋଲି ଶ୍ରୀ ମହାପାତ୍ର କହିିଛନ୍ତି ।

Leave A Reply

Your email address will not be published.