ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କୁ ପରାମର୍ଶ ଦେଲେ ବିଜେପି ନେତା ମନୋଜ ତିୱାରୀ: ଜାଣନ୍ତୁ କଣ କହିଲେ ?

ନିଜର ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚାରେ ରୁହନ୍ତି ଅଭିନେତ୍ରୀ କଙ୍ଗନା | ଏ ରାଜନେତା ହଉ ଅବା କଳାକାର ସେ କାହାକୁ ବି ଛାଡ଼ନ୍ତି ନାହିଁ | ଏନେଇ ତାଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ମାତ୍ର ଠିକ ସେହିପରି ଭୋଜପୁରି ଅଭିନେତା ତଥା ବିଜେପି ନେତା ମନୋଜ ତିୱାରୀ କେବଳ ରାଜନୀତି ନୁହେଁ ଫିଲ୍ମ କଳାକାରଙ୍କ ଉପରେ ଦେଉଥିବା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ନିଜ ମନ କଥା ବେଧଡକ ସମସ୍ତ ସାମ୍ନାରେ କହିଦିଅନ୍ତି। ଏଥିଲାଗି ସେ ଓ ତାଙ୍କ ବିବାଦିୟ ବୟାନ ପ୍ରୟତଃ ଲାଇମ୍‌ଲାଇଟ୍‌ରେ ରୁହେ | ତେବେ ନିକଟରେ ମନୋଜ ତିୱାରୀଙ୍କୁ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କୁ ନେଇ ପ୍ରଶ୍ନ ପଚାର ଯିବାରୁ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି |

ଅଭିନେତ୍ରୀ କଙ୍ଗନା ଆପଣଙ୍କୁ କିଭଳି ଲାଗନ୍ତି ବୋଲି ପ୍ରଶ୍ନ ପଚାର ଯିବାରୁ ସେ ଉତ୍ତରରେ କହିଥିଲେ, ‘ତାଙ୍କ ବିଷୟରେ କିଛି ବି କହିବା ଠିକ୍‌ ହେବନି। ଅନ୍ୟମାନଙ୍କୁ ଆଘାତ ଦେଲା ଭଳି ନିଜ ବିଚାରଗୁଡିକୁ ଏତେ ବି ବିସ୍ଫୋରକ ଭାବେ ରଖିବା ଉଚିତ ନୁହେଁ। ଜଣେ କଳାକାରଙ୍କ ମଧ୍ୟ ନିଜର ଏକ ଧର୍ମ ଅଛି।’

ସେ ଆହୁରି କହିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ସମୟରେ ସେ ଯେଉଁ କଥା କହୁଥିଲେ ତାହା ବୁଝାପଡୁଥିଲା। ମହାରାଷ୍ଟ୍ର ସରକାରଙ୍କ ମନୋଭାବ ମଧ୍ୟ ତାଙ୍କ ପ୍ରତି ସାମାନ୍ୟ ବଦଳି ଯାଇଥିଲା, ଯାହା ଠିକ୍ ନୁହେଁ। କଙ୍ଗନାଙ୍କୁ କଥା କହିବା ବେଳେ ଟିକେ ସଞ୍ଜମତା ରଖିବା ଉଚିତ। ନିଜ କଥା ରଖ କିନ୍ତୁ ଅନାଦର ସହ କାହା ନାଁ ନେଇ କହିବା ଠିକ୍‌ ନୁହେଁ। ଏହା ଆମ ଦେଶର ସଂସ୍କୃତି ନୁହେଁ। ଦେଶର ବଡ ବଡ ପଦବୀରେ ବସିଥିବା କୌଣସି ବି ବ୍ୟକ୍ତିଙ୍କ ଯଦି ବି ଆପଣ ବିରୋଧ କରୁଛନ୍ତି ତେବେ ଭାଷା ପ୍ରତି ସଞ୍ଜମତା ରଖନ୍ତୁ। କଙ୍ଗନା ବେଳେବେଳେ ନିଜ ଭାଷା ପ୍ରତି ସଞ୍ଜମତା ହରାଇ ଦିଅନ୍ତି ବୋଲି ବିଜେପି ନେତା କହିଛନ୍ତି।

Related Posts