
ଶୁକ୍ରବାର ବିହାରରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରେନିଂ ଏୟାରକ୍ରାଫ୍ଟ ଟି କ୍ରାସ୍ ହୋଇଚାଷ ଜମିରେ ପଡ଼ିଥିଲା । ତେବେ ଏହି ଏୟାରକ୍ରାଫ୍ଟ ଦୁର୍ଘଟଣାରେ କାହାର କୌଣସି କ୍ଷତି ଘଟିନାହିଁ।
ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଭିତରେ ଦୁଇ ପାଇଲଟ ଥିବା ବେଳେ ଉଭୟ ସୁରକ୍ଷିତ ରହିଛନ୍ତି । ଶୁକ୍ରବାର ବିହାରର ଗୟାରେ ଥିବା ଭାରତୀୟ ସେନା ଅଫିସର ଟ୍ରେନିଂ ଏକାଡେମୀରେ ଏକ ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ସେନାର ଟ୍ରେନି ପାଇଲଟ ମାନେ ପ୍ରଶିକ୍ଷଣ ନେଇଥିଲେ । ଏହି ଏୟାରକ୍ରାଫ୍ଟରେ ଦୁଇ ଜଣ ପାଇଲଟ ପ୍ରଶିକ୍ଷଣ ନେଉଥିଲେ । ଭାଗ୍ୟବସତଃ କୌଣସି ପ୍ରାଣହାନୀ ଘଟିନାହିଁ । ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି । ତେବେ ଏୟାରକ୍ରାଫ୍ଟ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛନ୍ତି ।