ବିହାର ବିଧାନସଭା ନିର୍ବାଚନ; ତିନି ଦିନିଆ ବିହାର ଗସ୍ତରେ ଅମିତ ଶାହା, ଆସନକୁ ନେଇ ଅସନ୍ତୁଷ୍ଟଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଆଜିଠାରୁ ତିନିଦିନିଆ ବିହାର ଗସ୍ତରେ ଯାଉଛନ୍ତି ଅମିତ ଶାହ । ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ପରେ ବିଜେପି ଓ ଜେଡିୟୁ ଭାଗରେ ପଡ଼ିଥିବା ୧୦୧- ୧୦୧ ଆସନ ପାଇଁ ଦୁଇଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏକ୍ଷେତ୍ରରେ ମହାମେଣ୍ଟ ଅପେକ୍ଷା ଆଗୁଆ ରହିଛି ଏନଡିଏ । କିନ୍ତୁ ଏନଡିଏର କିଛି ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବଣ୍ଟନ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ସହମତି ଭିତ୍ତିକ ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିହାର ଗସ୍ତ କରିବାର ସୂଚନା ମିଳିଛି ।

ସେପଟେ ଏନଡିଏ ଏବଂ ବିଜେପି ନେତାମାନଙ୍କ ବୈଠକରେ ଯୋଗଦେବା ସହ କିଛି ନିର୍ବାଚନୀ ସଭାରେ ମଧ୍ୟ ଯୋଗଦବେ । ଶୁକ୍ରବାର ଅମିତ ଶାହ ସାରଣ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ସଭାରେ ଯୋଗଦେବେ। ଏନଡିଏ ଏବଂ ବିଜେପି ନେତାଙ୍କ ସହ ଆଲୋଚନା ପରେ ଅମିତ ଶାହ ୧୮ ତାରିଖରେ ଦିଲ୍ଲୀ ଫେରିଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

Related Posts