ବେଙ୍ଗାଲୁରୁର ପୁରଭଙ୍କାରା ଆପାର୍ଟମେଣ୍ଟ ନିକଟ ବ୍ୟାନରଘାଟା-ତୁମାକୁରୁ ନିସ ରୋଡରେ ସିରିଜ ଦୁର୍ଘଟଣା । ଟ୍ରକ କାର ମୁହାଁମୁହିଁ ଧକ୍କା ହୋଇଛି | ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୫ଟି କାର ଓ ୩ଟି କଣ୍ଟେନର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଡ୍ରାଇଭରର ବେପାରୁଆ ଗାଡି ଚାଳନା ହେତୁ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଗାଡି ଡ୍ରାଇଭର କୁ ଅଟକ ରଖି ପଚାର ଉଚରା ଆରଂଭ କରିଛି | ଏଥିସହ ମୃତକ କେଉଁଠାରେ ଓ ତାଙ୍କ ପରିଚୟ କଣ ସେନେଇ କିଛି ଜଣା ପଡିନଥିବା ବେଳେ, ତଦନ୍ତ ଆରମ୍ଭ କରିଛି ପୋଲିସ |





