ଭାରତରେ ଗୋଟିଏ ଦିନରେ ସର୍ବାଧିକ ଓମିକ୍ରନ ସଂକ୍ରମଣ, ୨୪ ଘଣ୍ଟାରେ ୧୫୬ ପଜିଟିଭ

ଦେଶରେ କାୟା ମେଲାଉଛି ଓମିକ୍ରନ । ସୋମବାର ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ି । 156 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ପ୍ରକାଶ ପାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 6,531 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 7141 ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 315ଟି ମୁଣ୍ଡ ନେଇଛି ମହାମାରୀ ।

ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 75,841ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4,79, 997କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥହାର 98.40% ରେ ପହଞ୍ଚିଛି ।

ଦେଶରେ ଓମିକ୍ରନ ସଂକ୍ରମଣ ମାଡି ମାଡି ଚାଲିଥିବାବେଳେ ଏବେ ସୁଦ୍ଧା ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା 578ରେ ପହଞ୍ଚିଛି । ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି ।

Related Posts