ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ଥାନର ଗୁଳିମାଡ଼; ୩ ସାଧାରଣ ନାଗରିକ ମୃତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ଥାନ କରୁଛି ଗୁଳିମାଡ଼ । ୩ ସାଧାରଣ ନାଗରିକ ମୃତ । ତେବେ ଅପରେସନ ସିନ୍ଦୂର ଅଧୀନରେ ଦେଶରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉତ୍ତେଜିତ ହୋଇଯାଇଛି ଏବଂ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖି ସାଧାରଣ ଭାରତୀୟଙ୍କୁ ଟାର୍ଗେଟ କଲା। ପାକିସ୍ତାନ LOC ଉପରେ ଗୁଳି ଚଳାଇଲା। ଏହି ଗୁଳିକାଣ୍ଡରେ ୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଞ୍ଚ ଜିଲ୍ଲା ଅଧିକାରୀ ପାକିସ୍ତାନୀ କିମୋର୍ଟାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି। ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର ମଧ୍ୟ କ୍ଷତି ହୋଇଛି। ସେପଟେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜମ୍ମୁ, ସାମ୍ବା, କାଠୁଆ, ରାଜୌରୀ ଏବଂ ପୁଞ୍ଚର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ।

Related Posts